ଏହି ପୁସ୍ତକ "ଜ୍ଞାନ ଗଙ୍ଗା" ମାଧ୍ୟମରେ ଯେଉଁ ସନ୍ଦେଶ ଆମ୍ଭେ ଦେବାପାଇଁ ଚାହୁଁଛୁ, ଏଥିରେ କୌଣସି ଦେବୀ - ଦେବତା ତଥା ଅନ୍ୟ ଧର୍ମର ନିନ୍ଦା ନ କରି ବରଂ ସମସ୍ତ ପବିତ୍ର ଧର୍ମଗ୍ରନ୍ଥରେ ଲୁଚି ରହିଥିବା ଗୁଢ ରହସ୍ୟକୁ ଉନ୍ମୋଚନ କରି ଯଥାର୍ଥ ଭକ୍ତି ମାର୍ଗ ବିଷୟରେ ଉଲ୍ଲେଖ କରିଛୁ, ଯାହାକୁ ବର୍ତ୍ତମାନର ସନ୍ଥ, ମହନ୍ତ, ଗୁରୁ ସାହେବାନ ଓ ଆଚାର୍ଯ୍ୟଗଣ ବୁଝିପାରି ନାହାଁନ୍ତି। ପରମପୂଜ୍ୟ କବୀର ସାହେବ ନିଜ ବାଣୀରେ କହିଛନ୍ତି ଯେ - ବେଦ କତେବ ଝୁଠେନା ଭାଇ, ଝୁଠେ ହେ ସୋ ସମଝେ ନାହିଁ।
ଯେଉଁ କାରଣରୁ ଭକ୍ତ ସମାଜର ଅପାର କ୍ଷତି ହେଉଅଛି। ସମସ୍ତେ ନିଜ ଅନୁମାନରେ ଅଥବା ନକଲି ଗୁରୁମାନଙ୍କ ଦ୍ଵାରା ନିର୍ଦ୍ଦେଶିତ ଶାସ୍ତ୍ରବିରୁଦ୍ଧ ସାଧନା କରୁଛନ୍ତି, ଯାହାଦ୍ଵାରା ନା ମାନସିକ ଶାନ୍ତି ମିଳୁଛି, ନା ଶାରୀରିକ ସୁଖ ମିଳୁଛି, ନା ଘର ଓ କାରବାରରେ ଲାଭ ହେଉଛି ଏବଂ ନା ପରମେଶ୍ବରଙ୍କର ଦର୍ଶନ ମିଳୁଛି, ନା ମୋକ୍ଷ ପ୍ରାପ୍ତି ହୋଇପାରୁଛି। ଏହି ସମସ୍ତ ସୁଖ କିପରି ମିଳିପାରିବ ତଥା ଏହା ଜାଣିବା ପାଇଁ ଯେ ମୁଁ କିଏ, କେଉଁଠାରୁ ଆସିଛି, କାହିଁକି ଜନ୍ମ ନେଉଛି ଓ ମରୁଛି ଏବଂ କାହିଁକି ଦୁଃଖ ଭୋଗ କରୁଛି ? ପରିଶେଷରେ ଏସବୁର କର୍ତ୍ତା କିଏ ଏବଂ ପରମେଶ୍ଵର କିଏ ଓ କିପରି ଅଟନ୍ତି, କେଉଁଠି ରୁହନ୍ତି ତଥା କିପରି ପ୍ରାପ୍ତି ହେବେ ? ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ମାତା-ପିତା କିଏ ଅଟନ୍ତି ? ଆମ୍ଭେ କିପରି କାଳ ବ୍ରହ୍ମଙ୍କ ଜେଲରୁ ମୁକ୍ତ ହୋଇ ନିଜ ଘର (ସତଲୋକ) କୁ ଫେରିଯାଇ ପାରିବା ?
ଏହି ସମସ୍ତ ଜ୍ଞାନ ଉକ୍ତ ପୁସ୍ତକ ମାଧ୍ୟମରେ ଦର୍ଶାଯାଇଛି, ଯାହାକୁ ପଢି ସାଧାରଣ ଭକ୍ତାତ୍ମାଙ୍କର କଲ୍ୟାଣ ସମ୍ଭବ ହୋଇପାରିବ। ସମସ୍ତ ସଦଗ୍ରନ୍ଥ ପ୍ରମାଣ ଆଧାରିତ ଏହି ପୁସ୍ତକଟି ସଦଗୁରୁ ସନ୍ଥ ରାମପାଲଜୀ ମହାରାଜାଙ୍କ ପ୍ରବଚନରୁ ସଂଗୄହିତ ହୋଇଛି। ଆମ୍ଭର ପୂର୍ଣ୍ଣ ବିଶ୍ୱାସ, ଯେଉଁ ପାଠକ ଶ୍ରଦ୍ଧା ସହକାରେ ଓ ନିରପେକ୍ଷ ଭାବରେ ଏହାକୁ ପଢି ଅନୁସରଣ କରିବେ, ତାଙ୍କର କଲ୍ୟାଣ ସୁନିଶ୍ଚିତ ।
Read Gyan Ganga by Sant Rampal Ji Maharaj in Gujarati Language 1. ભક્તિ મર્યાદા (પ્રસ્તાવના) - 1 ●
Read Gyan Ganga by Sant Rampal Ji Maharaj in Marathi Language. 1.भक्ती मर्यादा (प्रस्तावना) - 1 ●
Read Gyan Ganga by Sant Rampal Ji Maharaj in Bengali Language. 1.ভক্তি মর্যাদা (প্রস্তাবনা) - 1 ▪
Read Gyan Ganga by Sant Rampal Ji Maharaj in Assamese Language. ১.ভক্তি মৰ্যদা(প্ৰস্তাৱনা)-১ *কোনজন
Read Gyan Ganga by Sant Rampal Ji Maharaj in Hindi Language. 1 भक्ति मर्यादा (प्रस्तावना) - 1 नाम
Read Gyan Ganga by Sant Rampal Ji Maharaj in English Language Download English Gyan Ganga 1.
Read Gyan Ganga by Sant Rampal Ji Maharaj in Telugu Language. Download Gyan Ganga Telugu 1. భక్తి
You can download book Gyan Ganga free, from the links given above.
You can also request a hard copy by either filling a form or sending us a whatsapp text on +91 74968 01825
Plese send your full address, the language in which you want the book and your mobile number.